logo

କଳାହାଣ୍ଡି ଲୋକସଭା ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେବୀ ଙ୍କ କୋକସରା ଓ ବୋର୍ଡା ଗସ୍ତ ସମୟରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଓଡ଼ିଶା /କଳାହାଣ୍ଡି
ଆଜି କୋକସରା ଓ ବୋର୍ଡ଼ା ଗସ୍ତ କରିଥିଲେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଶ୍ରୀମତୀ ମାଳବିକା ଦେବୀ। ତାଙ୍କର ଗସ୍ତ ସମୟରେ ସେଠାକାର ଅଞ୍ଚଳବାସୀ ଆନନ୍ଦରେ ବିଭୋର ହୋଇ ଖୋଳ କୀର୍ତ୍ତନ ବଜେଇ ମାଳବିକା ଦେବୀ ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ, ବିଜେପି ଜିନ୍ଦାବାଦ, ଅବକି ବାର ୪୦୦ ପାର, ଅବକି ବାର୍ ଡବଲ୍ ଇଞ୍ଜିନ ସରକାର ନାରା ଦେଇ ଦେଇ ବନ୍ଦାପନା କରି ଫୁଳ ମାଳ ଓ ଫୁଲ ତୋଡା ଦେଇ ମଞ୍ଚ ଉପରକୁ ନେଇ ଯାଇଥିଲେ। ଶ୍ରୀମତୀ ମାଳବିକା ଦେବୀ ଙ୍କୁ ଦେଖିବା ପାଇଁ ମାଁ ମାଉସୀ ମାନଙ୍କର ମଧ୍ଯ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀମତୀ ମାଳବିକା ଦେବୀ ଯୋଆଡେ ଯାଉଛନ୍ତି, ତାଙ୍କର ଲୋକ ପ୍ରୀୟତା ଦେଖି ହଜାର ହଜାର ଭୋଟରେ ମାଳବିକା ଦେବୀ ବିଜୟ ହାସଲ କରିବେ ବୋଳି ଭୋଟର ମାନଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହେଇ ଯାଇଛି। କଳାହାଣ୍ଡି ଲୋକସଭା ଆସନରେ ପ୍ରଥମ ଥର ପାଇଁ ଜଣେ ନାରୀ ନେତ୍ରୀଙ୍କୁ ଭାରତୀୟ ଜନତା ପାର୍ଟି ଲୋକସଭା ପ୍ରାର୍ଥୀନୀ କରିଥିବାରୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ନାରୀ ଶକ୍ତି ବେଶ ଉତଫୁଲିତ ଥିବାର ଅନୁମାନ କରାଯାଉଛି। ନାରୀ ଶକ୍ତି ଜାଗୃତ ହେଲେ ଦେଶ ଜାଗୃତ ହେବ, ଏଣୁ ଜଣେ ନାରୀ ନେତ୍ରୀଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ଭାବରେ ମନୋନୀତ କରି ଥିବାରୁ କଳାହାଣ୍ଡି ଲୋକସଭା ର ମାଁ ମାଉସୀ ମାନେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି।

216
4327 views